Jana padila ma e kapata
ଣା ପଡ଼ିଲା ମା ଏ କପଟ ଗିର
Text
Ghoṣā
ଜଣା ପଡ଼ିଲା ମା ଏ କପଟ ଗିର ଅଣାଇ କପଟେ ହଟହଟା କରିବାର
1
ଆଖି ଆଖି ମେଳ କାଳେ ଗୋଟିଯାକ ମୋର ପିଠି କରି ଗଲେ ପୁଣି ଆଉ କେ କାହାର
2
ଶଠ ପୁରୁଷଙ୍କର ମାନସ ଅଗୋଚର ନିକର ହେଲାଣି ଶ୍ୟାମ ଆନେ ରସିବାର
3
କଳି ନ ଥିଲି ମାନସ ବୋଲି ମୁଁ ତାଙ୍କର କଳିଲା ବେଳକୁ ସଖୀ ହେଲି ଏତେ ଦୂର
4
ଶ୍ରୀ ମୁକୁନ୍ଦଦେବ କ୍ଷିତିପତି ଭାଷିବାର ସତୀ ମତି ଭୁଲା ଶ୍ୟାମ ପ୍ରୀତିକି ଜୁହାର