Ana re eni nayana
ଅନା ରେ ଏଣୀନୟନା
Text
Ghoṣā
ଅନା ରେ ଏଣୀନୟନା
1
ଏକେ ଛଳଛଳ ଆଖି ତା ପରେ କଜଳ ମାଖି ବିଶିଖ ବିଷାଇ ଭଗାରି ହସାଇ ରୁଷି ବସନା ସହୀ ସୁନାବରନା
2
କୁଟିଳ ଭୁଜଙ୍ଗ ଭୂରୁ ଡରି ମରେଁ ହେରି ଦୂରୁ କାମବାଣ ଖଞ୍ଜି କମାଣ ସରଜି ମାରନା ଗୋରୀ କଞ୍ଜ ସରସ ବଦନା
3
ଦଣ୍ଡରେ ସୁମନା ଖରେ ଭିଡ଼େ ତୋ ବାହୁ ପାଶରେ ଆନ କରେ ମାରି ହସାନା ଭଗାରି କର ତୁ କବିଚନ୍ଦ୍ର ମିନତି ଘେନା