Syama he sata kaha
ଶ୍ୟାମ ହେ ସତ କହ
Text
Ghoṣā
ଶ୍ୟାମ ହେ ସତ କହ କିଏ ଶିଖାଇଲା ଏ ମୁରଲୀ ଧରା
1
କାହା ଲାଗି ତୁମେ ଯାଅ ଯମୁନା କାହା ଲାଗି ତୁମେ ଛଇଳ କାହ୍ନା କାହା ଲାଗି ତୁମେ ବାଙ୍କଚୂଳ ପରେ ରଙ୍ଗେ ଖଞ୍ଜିଅଛ ଶିଖଣ୍ଡଝରା
2
କାହା ଲାଗି ତୁମେ ଯାଅ ଯମୁନା କାହା ଲାଗି ତୁମେ ଛଇଳ କାହ୍ନା କାହା ଲାଗି ତୁମେ ବାଙ୍କଚୂଳ ପରେ ରଞ୍ଜି ଖଞ୍ଜିଅଛ ଶିଖଣ୍ଡଝରା
3
ରାଧା ବିନେ ଆଉ କାହାରି ନାମ ମୁରଲୀରେ ଧରି ନ ଜାଣ ଶ୍ୟାମ କଦମ୍ବର ମୂଳେ କାହା ପଥ ଚାହିଁ ଝରାଅ କମଳନୟନୁ ଧାରା
4
ପ୍ରେମର ଗୁରୁ ସେ ବରଜ ଗୋଇ ଦଗା ଦେଲା ତାରେ କଲା କହ୍ନାଇ କହେ କବିଶଶୀ କହ କଳାଶଶୀ କୀରତି ପତାକା ଉଡ଼ାଇ ପରା