Gīta

Prana bandhabi janare

ପ୍ରାଣ ବାନ୍ଧବୀ ଜାଣରେ

Text

Ghoṣā

ପ୍ରାଣ ବାନ୍ଧବୀ ଜାଣରେ ତୋ ବିନେ ଧନ ଧରିବି କି କରି ଜୀବନ

1

ଡାକିଲା ଡାହୁକ ଭେକ ଅନା ଘନ ରଜନୀ ଚଡ଼କ ବିଜୁଳି କୋଳେ ଖେଳିଲାନି ସଜନୀ ମିନତି ଘେନ ତୁ ସଖୀ ମାନ ମୋ ଆନ

2

ପୁଲକ ତନୁରେ ଲେଖି ଉଲ୍ଲସିଲା କଦମ୍ବ ସତେ ରେ ନବ ନବୀନା ପରଖିଲା ତୋ ଦମ୍ଭ ମାଳତୀ ହସିଲା ଚାହିଁ ତୋର ବିମନ

3

ବରହୀ ବିରହୀ ହୋଇ ପୁଚ୍ଛ ଟେକି ନାଚିଲା ଘନର ଓଢ଼ଣୀ ତଳେ ଜହ୍ନ ଲାଜେ ଲୁଚିଲା କବିଚନ୍ଦ୍ର କହେ ଧନ ନ ତୁଟିଲା ମାନ

Sources

Cite this record


Last updated 2026-11-01. Record as JSON