Budi pritire hudili
ବୁଡ଼ି ପ୍ରୀତିରେ ହୁଡ଼ିଲି
Text
Ghoṣā
ବୁଡ଼ି ପ୍ରୀତିରେ ହୁଡ଼ିଲି ପଥ ପଡ଼ି ଶ୍ୟାମ ସାଥିରେ
1
ମାଡ଼ି ଆସଇ ଘନ ଘେରି ସାରା ଗଗନେ ଛାଡ଼ି ଆସିଲି ଘର ଘୋର ଅନ୍ଧାର ରାତି
2
ଘଡ଼ିକି ଘଡ଼ି ଦେଖ ରଡ଼ି ଦିଏ ଡାହୁକ ତଡ଼ିତ ଲତା ମୋରେ ଚାହିଁ ଫୁଲାଏ ଛାତି
3
ଏଡ଼ି ଦେଇ ତ କଣ୍ଟ କାହିଁ ରହିଲେ ଖଣ୍ଟ ଏଡ଼ିକି ସେ ଲମ୍ପଟ କବିଚନ୍ଦ୍ର ବଦତି