Bandhure kahinki miche
ବନ୍ଧୁରେ କାହିଁକି ମିଛେ
Text
Ghoṣā
ବନ୍ଧୁରେ କାହିଁକି ମିଛେ ବିମନା ମୋହନେ
1
ଝୁରି ସେ ତୋର ନାଆଁରେ କନକ ବରନାରେ ଯମୁନା ତଟ ନୀପତରୁ ବନ ନିକଟ ପଥରେ ଲୁଟେ ଧୂଳି ଶୟନେ
2
ତୁଚ୍ଛାକୁ ଏ ରୁଷାଣି ଉଚିତ ନୁହେଁ ଧନୀ ଗୁମାନ କରି ରହି ପାରିବୁ କିରେ ଗୋରୀ ସହି ମଦନାନଳ ଦହନେ
3
ମାନିବୁ କି ରେ ବାଧା ଡାକିଲେ ବେଣୁ ରାଧା ଘର ପାଶୋରି ଘନ ତିମିର ତୁ ନ ବାରି ଯିବୁ ଯମୁନା ତଟ ବହନେ
4
କବିଚନ୍ଦ୍ର ବଦତି ଆରେ କୁନ୍ଦ ସୁଦତି ମରମେ ତୋର ସତେ କାହିଁକି ଡାକ ତାର ଭେଟୁ କି ନାହିଁ ନିଶି ସପନେ