Sajani to rana sate
ସଜନୀ ତୋ ରାଣ ସତେ
Text
Ghoṣā
ସରିଗଲି ଲାଜେ ସଜନୀ ତୋ ରାଣ ସତେ ନଟବର ନବରଙ୍ଗ କହିବି କେତେ
1
ଗୀରିଷମ ନିଶି ଶଶୀ ଗିରିସମ ଯାଏ ଦିଶି କୁଞ୍ଜେ କୁଞ୍ଜେ ମଧୁ ସଞ୍ଜେ ଥିଲି ବସି ଚାହିଁ ଏକା ସେ ମୋ ପାଶେ ମିଳିଲେ ଆସି ଚାରୁ ଚନ୍ଦ୍ର ଦରଶାଇ ଚୁମ୍ବିଲେ ମୋତେ
2
ଛଇଳ ସେ ବାସଚୋର ଛପି ପଛେ ପଛେ ମୋର ଅଙ୍ଗବାସ ଭିଡ଼ା ଫେଇ ଅଜାଣତେ ବନ୍ଧୁ ସଙ୍ଗେ ସାଥୀ ହେଲ ସେ କି ସତେ ଲାଜେ ସରିଗଲି କେତେ ଖୋଜିଲି ତୋତେ
3
କବିଚନ୍ଦ୍ର ଥିଲା ଚାହିଁ କହିଲା ସେ ଚାନ୍ଦମୁହିଁ ଆଉ କାହିଁ କହ ମାନ ଗୁମାନ ତୋର ପାଶେ ପାଶେ ମିଳିଲେ ତ ତୋ ମନ ଚୋର ଅଙ୍କେ ବସି ପ୍ରିୟ ସଙ୍ଗେ ରସ ସୁରତେ