Sarada chandini tale
ଶରଦ ଚାନ୍ଦିନୀ ତଳେ
Text
Ghoṣā
ଶରଦ ଚାନ୍ଦିନୀ ତଳେ କାମିନୀ ତ ଫୁଟିଲା ଶରଦ ଚନ୍ଦ୍ରମା ମୁହିଁ ମାନ ତ ନ ତୁଟିଲା
1
ଜୀବଧନେ ଆନ ଦେଲି ଯିବ ଅବା ମାନ ବୋଲି ରାଜୀବ ଶ୍ରୀମୁଖ ତୋଳି ରାଜି ତ ନ ଦିଶିଲା (ପଡ଼ି) କର ଧରି ବିନୋୟି କହିଲି ମୁହିଁ କର କରୁଣା ମୋରେ ସୁଦୟା ବହି କର ଭିଡ଼ାରେ ଦଣ୍ଡ ଦିଅରେ ସହି ବରବରନା ଗୁରୁ ଗୁମାନେ ଦୂରେ ହଟିଲା
2
ଦାସ ନାଶନେ ଅପକୀରତି ବାନା କାଶହାସ ସୁହାସୀ ଉଡ଼ିବ ସିନା ଆସ ଆଶ ବିନାଶ ନୋହୁ ନବୀନା ଦ୍ରବିଲା ନାହିଁ କବିଶଶୀ କରମ ଫାଟିଲା