Sajili seja sajani
ସାଜିଲି ଶେଯ ସଜନୀ
Text
Ghoṣā
ସାଜିଲି ଶେଯ ସଜନୀ ନଇଲେ ମୋ ବରଜରାଜ
1
ନୟନ କଜଳ ଘେନା ଅଧା ତ ରହିଛି ଅନା ଅଧା ଗୁନ୍ଥା ହାର ମୋର ଶୁଖିଲା ସିନା (ପଡ଼ି) ଅଧ ଗଗନେ ଅଧ ଅଧରେ ହସି ଶଶୀ ଅଧ ନିଶିରେ ଆସି ବସିଲାନି ରସି ଚକୋରୀ ମନ ସେ ତ ତୋଷିଲାନି ଉଲାଗି କର ଫୁଲ ସାଜରେ ସଜନୀ
2
ଏକା ମୁଁ ହତଭାଗିନୀ ଏକାଳେ ସିନା ସଙ୍ଗିନୀ ନ ଘେନି ବଚନ ତୋର ଅପରାଧିନୀ (ପଡ଼ି) ସାର ତ ଅପବାଦ ମାର ସାଧିଲା ବାଦ ଛାର ମୁରଲୀ ନାଦ ସାରିଲାନି କବିଶଶୀ ବଦତି ରାଧା ରୁଷିଲାନି ଶ୍ୟାମ ନଇଲେ ପୁରେ ଆଜରେ ସଜନୀ