Gīta

Sarasa sirimukhe birasa

ସରସ ଶିରୀମୁଖେ ବିରସ

Text

Ghoṣā

ସରସ ଶିରୀମୁଖେ ବିରସ କାହିଁକି ପରାଗ ଝରିଲା ସରି କମଳ ଛଇକି ସଖୀ

1

କହରେ ନବ ଚତୁରୀ ଛଳ ମନୁ ପରିହରି ଆନ ଫୁଲେ ଭୁଲି ଅଳି ଚୁମ୍ବିଲା ନାହିଁକି ସଖୀ

2

ସରି ନାହିଁ ଶଶୀ ରାତି ମଳିନ ନ ଦିଶେ ବତୀ ହରାଇ ବସିଛୁ ଧୃତି ହୋଇଲୁ ବାଇ କି ସଖୀ

3

ପର ପରା ତୋତେ କରି ରହି କି ପାରିବ ହରି ସେ ଯେ ନିତି ମରେ ଝୁରି ତୋ ପଦ ଛାଇକି ସଖୀ

4

କବିଶଶୀ କହେ ରାଇ ମୋହନ ତୋ ଲାଗି ବାଇ ବରଜି ତୋ ସଙ୍ଗ କାହିଁ ପାରିବ ରହି କି ସଖୀ

Sources

Cite this record


Last updated 2026-11-01. Record as JSON