Kama chhabi chhaila
କମ ଛବି ଛଇଳା
Text
Ghoṣā
କମ ଛବି ଛଇଳାର ମୋର ନୟନେ ନାଚିଲା ସୁମନାରେ
1
ସତେ ଭାଗ୍ଯ ହେବ ମୋର ଏ ଗୁନ୍ଥା ସୁମନ ହାର ଲାଗି ହେବ ନବୀନାର କଳକଣ୍ଠ ପରଶିବ ଶରଧାରେ
2
ଶିଶୁ କୁରଙ୍ଗ ନୟନା ଲଳିତ ଅଙ୍ଗୀ ଶୋଭନା ଚାହିଁବ ଚନ୍ଦ୍ରବଦନା ସୁଧା ବରଷିବ ରସି ବସୁଧାରେ
3
କବିଚନ୍ଦ୍ର ଭାଳେ ମନେ ଅଙ୍ଗେ ଲିଭାଇବା ବିନେ ନ ବାରିବ କେହି ଦିନେ ସେ ଯେ ତରୀ ବାହେ ଆଖି ନୀରଧାରେ