Kahinki mana mohane
କାହିଁକି ମାନ ମୋହନେ
Text
Ghoṣā
କାହିଁକି ମାନ ମୋହନେ କିଶୋରୀ ଗୋରୀ ରେ
1
ରୂପ ତୋ ସୁମରି ପୀତବାସ ହରି ତୋ ଲାଗିରେ ପରା ସେ ମୁରଲୀଧରା ଯମୁନାର ତୀରେ ଥାଏ ଅନୁସରି ଝୁରିଝୁରି ରେ
2
କରଗତ ମଣି କାଚକଣି ମଣି ନ ଦିଅ ତୁ ଫିଙ୍ଗି ଆରେ ଜୀବସଙ୍ଗୀ ହେବୁ ସିନା ପଛେ ଶ୍ୟାମ ଲାଗି ଘାରି ଝୁରିଝୁରି ରେ
3
କବିଚନ୍ଦ୍ର ବୋଲେ ଦୂରେ ଥିଲେ ହେଲେ ଯେ ଯାର ସେ ତାର ଯାଏ କି ପାଶୋର ବିରହେ ନୟନୁ ପଡ଼େ ବାରି ଝରି ଝୁରିଝୁରି ରେ