Gīta

Kisori manithili para

କିଶୋରୀ ମଣିଥିଲି ପରା

Text

Ghoṣā

କିଶୋରୀ ମଣିଥିଲି ପରା ପରଖ ସୁନା ତୁ ସତେ ବାରିଲି ଏଥର ହେବ କି ପିତଳ ସୁନା ପୁଟ ଦେଲେ ଯେତେ

1

ଦେଇ ଜଳାଞ୍ଜଳି କୁଳ ମାନ ହରି ତୁଲେ ହରି ନେଲୁ ଦିନ ବାଜଇ ବଜାରେ ଟମକ ହଜାରେ ମଥା କି ଟେକିବୁ ଗଲା ପଥେ

2

କହିଲେ କେତେହେଁ ତୋତେ ଭଲ ରୁଷି ମନେ ସିନା ମଣୁ ଶଲ ଖସିଗଲା ପାଦ ତଳକୁ ତଳକୁ ବିଚାରିଲୁ ନାହିଁ ଯାହା ଏତେ

3

ମନା ନ ମାନି ତୁ ଦେଲୁ ତୋଳି ଜପୁ ଦିବା ନିଶି ଯାରେ ବାଳୀ କହେ କବିଚନ୍ଦ୍ର ଭାସି ସୁଅ ଜଳେ ଭଉଁରୀରେ ଭରମିବୁ କେତେ

Sources

Cite this record


Last updated 2026-11-01. Record as JSON