Gīta

Nagara raja kahin rahile

ନାଗରରାଜ କାହିଁ ରହିଲେ

Text

Ghoṣā

ନାଗରରାଜ କାହିଁ ରହିଲେ ଆଜ ସଜନୀ

1

ଦୂରନ୍ତ ଏ ବସନ୍ତ ବଞ୍ଚିବି ରେ କେମନ୍ତ ଅସରା ହେଲା ସିନା ଶଶୀ ହସା ରଜନୀ ସଜନୀ

2

କେତେ ଯେ ଆଶା ଧରି ଆସିଲି ତେଜି ପୁରୀ ବିହି ସାଧିବ ବାଦ ନ ଥିଲି ସତେ ଜାଣି ସଜନୀ

3

ସାଜିଲି ଫୁଲ ଶେଯ ଛାଇ କୁସୁମ ରଜ ବିଫଳ ସବୁ ସଜ ସାର ତ ଆଖି ପାଣି ସଜନୀ

4

କବିଶଶୀ କହଇ ବିରହ ବିନେ ସହି ମିଳନ ମଧୁର କି କାହିଁ ସତ ହେଲାଣି ସଜନୀ

Sources

Cite this record


Last updated 2026-11-01. Record as JSON