Gīta

Sahire sahili mahire

ସହୀରେ ସହିଲି ମହୀରେ

Text

Ghoṣā

ସହୀରେ ସହିଲି ମହୀରେ ସତେ କି ଦଶା ନାହିଁରେ କାହିଁ କେ ମୋ ସରି ଖୋଜିଲେ ରସା

1

ଅନ୍ଧାର ନିଶି ବୋଲି ନୀଳଶାଢ଼ୀ ଘେନିଲି ଅଭିସାରେ ବଳାଇ ଆଶା କପାଳ ଗଲା ଫାଟି ପଥେ ଚାନ୍ଦ ଚହଟି ସାରିଲା ମୋର ଭରସା

2

ପଡ଼ିଲି ତା ହାବୁଡ଼େ ଡରି ମରେ ଯାହାରେ କୁଟିଳା କଟୁ ଯା ଭାଷା ରାଧା କୁଳଟା ବୋଲି ଜନେ ରଟିବେ କାଲି କୁଳିଶ ହେବ ବରଷା

3

ଶୁଣିଲା କବିଶଶୀ ଲଳିତା କହେ ହସି ଏ ପରା ମାଧବ ନିଶା କୁଳଟା କହୁ କେହି ପସରା କିବା ସହି ଛାର ତ ଏ ଲୋକହସା

Sources

Cite this record


Last updated 2026-11-01. Record as JSON