Gīta

Ja re mohana pheri ja ja

ଯାରେ ମୋହନ ଫେରି ଯା ଯା

Text

Ghoṣā

ଯାରେ ମୋହନ ଫେରି ଯା ଯା ଯା

1

ଯା ରସେ ରସି ତୁ ସଞ୍ଜେ ବାହୁଡ଼ି ଆସିଛୁ କୁଞ୍ଜେ ତା ନାମେ ଯମୁନା ତଟେ ବଇଁଶୀ ବଜା

2

ତୋଳି ବାସ ବନଫୁଲ କୋଳେ ଧରି କରି ଗେଲ ରସିକା ରମଣୀମଣି ଚିକୁର ସଜା

3

ତୋ ପରି ଶଠ ପୁରୁଷ ନ ଆସୁ କିଶୋରୀ ପାଶ କଟାଳ କରୁ ସେ ନୁହେ ତୋର ପରଜା

4

କବିଚନ୍ଦ୍ର କହେ ଏତେ ଯାଅ ଶ୍ୟାମ ନିଜ ପଥେ କଲା କରମର ଏବେ ଭୋଗୁଥା ମଜା

Sources

Cite this record


Last updated 2026-11-01. Record as JSON