Gīta

Jani nathili sajani

ଜାଣି ନଥିଲି ସଜନୀ

Text

Ghoṣā

ଜାଣି ନଥିଲି ସଜନୀ ଦରହାସ କିସ ବୋଲି ଶିଖି ନଥିଲି ସଜନୀ ଅଳସୀ ମରାଳୀ ଚାଲି

1

ଢଳା ଅନାଉଣି ସତେ ଜଣା ତ ନଥିଲା ମୋତେ ରଦନେ ପଣନ୍ତ ଭିଡ଼ା ଶିଖିଲି ମୁଁ ପରା କାଲି

2

ମନ କଥା କେବେ ସହି ଆଖିରେ ନଥିଲି କହି କି କରିରେ ନ ପଢ଼ି ସେ ପାଠ ପାଟ ଚାଟ ହେଲି

3

ଦମଦମ ହେବା ଛାତି ଘୁମ ଭୁଲା ମଧୁରାତି ଛାଇ ଦେଖି ବାଇ ହେବା ଆଗେ ତ ବାରି ନଥିଲି

4

କବିଚନ୍ଦ୍ର କହେ ଧନ ଅତନୁରେ ଗୁରୁ ମାନ ଆହୁରି ଯା ଅଛି ବାକି ବଢ଼ାଇ ଦେବ ସେ ବେଲି

Sources

Cite this record


Last updated 2026-11-01. Record as JSON