Dekhile kahinki laja made
ଦେଖିଲେ କାହିଁକି ଲାଜ ମାଡ଼େ
Text
Ghoṣā
ଦେଖିଲେ କାହିଁକି ଲାଜ ମାଡ଼େ ସହି ନ ଦେଖିଲେ ଝୁରି ମରୁଥାଇ କି ମନ୍ତ୍ର କରିଛି କି ଯନ୍ତ୍ର କରିଛି ସେ କାଳିଆ ନନ୍ଦର କହ୍ନାଇ
1
ଯମୁନା ପାଣିକି ମନା ହେଲ ମୋତେ ଟିକିଏ ତାଙ୍କୁ ଦେବାରୁ ଚାହିଁ ଫଟା କପାଳରେ ଏହା ଲେଖାଥିଲା କେ କେତେ ଯମୁନା ଯାଉ ନାହିଁ
2
ପାଟକ କୁଳରେ ହଟା ବସିଅଛି କଳଙ୍କିନୀ ହେଲା ବୋଲି ରାଇ କୁଳବଧୂ ହୋଇ କେ ଘରେ ବସିଛି ବଂଶୀ ସ୍ୱନେ କେ ନୋହିଛି ବାଇ
3
ସହି ସହି ଛାତି ପଥର କଲିଣି କହିଲେ କେ ଦୁଃଖ ନେବ ସହି ରହିଅଛି ସିନା କରମ ଆଦରି ଅହି ଗରଳ ଦିଅନ୍ତି ଖାଇ
4
ସଂସାରଯାକରେ ଖୋଜିଲେ ସଜନୀ ମୋ ପରି ଦୁଃଖୀ କେ ଅଛି କାହିଁ ସେହି ବନମାଳୀ ପାଦପଦ୍ମେ ଭାଳି ବେଣୁଧର ଜୀବ ଯାଉ ନାହିଁ