Gīta

Bisa piyusa boli mun deli chakhi

ବିଷ ପୀୟୂଷ ବୋଲି ମୁଁ ଦେଖି ଚାଖି

Text

Ghoṣā

ବିଷ ପୀୟୂଷ ବୋଲି ମୁଁ ଦେଖି ଚାଖି ଆଗୋ ପ୍ରିୟସଖୀ

1

ଦିନେ ହୋଇଥିଲି ଛିଡ଼ା ଛିଡ଼ା ଆସି ମିଳିଗଲେ ଘରବୁଡ଼ା ଭଲ କରି ଥରେ ଚାହିଁ ନ ପାରିଲି ସେ ଦିନୁ ମୋ ମନ ଗଲା ଲାଖି ଗୋ

2

ଗୋଟିକ ଯାକ ଦକ୍ଷିଣ ଆଖି ବିପକ୍ଷଙ୍କ ପରେ ଥିଲି ରଖି ଲାଜ ଭୟରୁ ବାମ ନେତ୍ର ଅର୍ଦ୍ଧେକ ତାଙ୍କ ଅଧରେ ମୁଁ ଥିଲି ରଖି ଗୋ

3

ଶେଷ ଅଞ୍ଚଳ ନୟନେ ଦେଇ ନାଗରବରଙ୍କୁ ଦେଲି ଚାହିଁ ତେତେବେଳେ ମନ ବିକଶି ଆସଇ ନ ରସିବେ ମୋତେ ଆଉ କେହି ଗୋ

4

ବନମାଳୀ ବୋଲେ ନବପୋଷା ଆସି ମୋ ହୃଦେ କଲେଣି ବସା ଗୋଟି ଗୋଟିକ ଘୋଟିବ ଏହିକ୍ଷଣି ମୂଳ ହେଲାଣି ଭଗାରିହସା ଗୋ

Sources

Cite this record


Last updated 2026-11-01. Record as JSON