Aja rajanire brajarajaku ani
ଆଜ ରଜନୀରେ ବ୍ରଜରାଜକୁ ଆଣି
Text
Ghoṣā
ଆଜ ରଜନୀରେ ବ୍ରଜରାଜକୁ ଆଣି ଭେଟାଇବି ଗୋ ମିତଣୀ
1
ଭୁଲାଇ ନାନା ପ୍ରକାର ବୁଲାଇ କହିବି ଗିର ଭୁଲାଇବି ଦୋଷ ତୋର ଧରି ତା ପାଣି
2
ଅନାଇ ହସି ହରଷେ ମନାଇ ଦେବି ତୋ ପାଶେ କହ୍ନାଇର ମାନ ଲେଶେ ନ ଥିବ ପୁଣି
3
ମଥାକୁ ପୋତିଛୁ ଛାର କଥାକୁ କରିଛୁ ଗାର ବୃଥାକୁ କହୁଛୁ ବାରବାର ଏ ବାଣୀ
4
ଚିତ୍ତରେ ଭାବି ଏମନ୍ତ ମିତରେ କହେ ଏହି ତ ଗୀତରେ ଯେ ରଘୁନାଥ ଏ ପଦ ଭଣି