Gīta

Madhu kala hoila sajani

ମଧୁ କାଳ ହୋଇଲା ସଜନୀ

Text

Ghoṣā

ମଧୁ କାଳ ହୋଇଲା ସଜନୀ ଦିଶେ ସୁନ୍ଦର ଦିବା ରଜନୀ

1

ଋତୁପତି ରସ ଘେନି କଲେଣି ବିଜେ ସକଳ ପ୍ରାଣୀଙ୍କ ଚିତ୍ତେ ସୁଖ ଉପୁଜେ ସରୋବରେ ଶୋଭିତ ନଳିନୀ

2

ବକୁଳ ଚମ୍ପା ଅଶୋକ ନିଆଳୀ ଫୁଟି ଶୋଭା ପାଉଛନ୍ତି ଭଳିକି ଭଳି କାହିଁ ରହିଲେ ମୋ ବେଣୁପାଣି

3

ଆନନ୍ଦେ ଭ୍ରମେ ଭ୍ରମର କୁସୁମ ବନେ ମକରନ୍ଦ ପାନ କରେ ସରାଗ ମନେ କରି ନିଜେ ପ୍ରଫୁଲ୍ଲେ ଦଇନୀ

4

ଭାଷନ୍ତି ରାଧିକା ଦୂତୀ ଯାଅ ବହନ ଆଣି ଭେଟାଅ ମୋହରେ ମୋ ପ୍ରାଣଧନ ଦୂତୀ ଚଳେ ଆଣି ବେଣୁପାଣି

Sources

Cite this record


Last updated 2026-11-01. Record as JSON