Gīta

Syama apabada mote lagithau

ଶ୍ୟାମ ଅପବାଦ ମୋତେ ଲାଗିଥାଉ

Text

Ghoṣā

ଶ୍ୟାମ ଅପବାଦ ମୋତେ ଲାଗିଥାଉ ରେ ପ୍ରାଣସହି ନିତି ସେହି ଚିନ୍ତାରେ ମୋ ଦିନ ଯାଉ ଗୋ

1

ଚାହିଁଦେଲେ ଥରେ ସେ ଶ୍ରୀମୁଖ କୋଟିଏ କୋଟି ଜନ୍ମର ଦୁଃଖ ଲିଭିଯାଉଛିରେ ପରାଣ ମିତଣୀ ଯେ ଯେତେ ବୋଲିବ ବୋଲୁଥାଉ

2

ବିନୟ ବାରାଧି ମୃଦୁବାଣୀ ଶ୍ରୁତିପଥରେ ଯେ ଥିବ ଶୁଣି ପୀୟୂଷାଶନ ଜନଙ୍କୁ ଧନ୍ୟ ବୋଲି ବୋଲିବ କି ତା ମୁଖରେ ଆଉ

3

ବାଡ଼ଭିତ୍ତିକି ବୋଇଲା ପରି ବୋଲୁଥିଲେ ହେଲେ ବ୍ରଜନାରୀ ଶୁଣି ନ ଶୁଣିଲା ପରି ମୁଁ ଯାଉଛି ଆଡ଼ ଉହାଡ଼ରେ ଶବଦାଉ

4

ଗୋପାଳକୃଷ୍ଣ ବୋଲଇ ଧୀରେ ବାଚାଳୀ କୁଟିଳା ଚାପଲ୍ୟରେ ବରଜ ନଗରଯାକ ସ୍ଫୁଟ ହେଲା ସଦାବେଳେ ହେଉ ରାଉରାଉ

Sources

Cite this record


Last updated 2026-11-01. Record as JSON