Tikaka dosaku rama
ଟିକାକ ଦୋଷକୁ ରାମା
Text
Ghoṣā
ଟିକାକ ଦୋଷକୁ ରାମା କେଡ଼େ ରୁଷା ରୁଷିଲାରେ
1
ଟୋପରେ ପକାଇ ଗୋପେ ନିଗ୍ରହ ଶଲ୍ୟ ବିଶେଷେ ମୋ ସୁଖମୃଗକୁ ତ ସେ ଧରାଭୂଷା ଭୁଷିଲାରେ
2
ଟାକର ମାରି ମୋ ଆଶା ମୁଣ୍ଡେ ଖଞ୍ଜରୀଟ ଦୃଶା ପରିପନ୍ଥୀ ଲୋକହସା କରିବାକୁ ବସିଲାରେ
3
ଟିକିଏ ହେଲେ ବିବେକ ନ କରି ସେବକ ବେକ କରତ ବୋଲି ଦର୍ପକ ଦାରୁଣକୁ ପେଷିଲାରେ
4
ଟମକ ଯେ ବାଜେ ବ୍ରଜବଜାରେ ଦୟାଳୁରାଜ ବୋଲି ମୋ ଦଣ୍ଡରୁ ଆଜ ଦାଣ୍ଡକୁ କି ଦିଶିଲାରେ
5
ଟୋକୀଏ ଥିଲେ ଗହଣେ ଟାକି ଉରୋଜ ଅଗ୍ରଣେ ଟିପିଦେଲି ନଖ ସେହି କଥାକୁ କି ଘୋଷିଲାରେ
6
ଟେକାନ୍ତା ବିବେକବତୀ ମଣ୍ଡଳେ ବଳକ୍ଷଛତି ବୋଲେ କବିରବି ସବୁ କ୍ରୋଧନଦେ ଭାସିଲାରେ