Gīta

Chhaila more chhauli chhada

ଛଇଳା ମୋରେ ଛାଉଲି ଛାଡ଼

Text

Ghoṣā

ଛଇଳା ମୋରେ ଛାଉଲି ଛାଡ଼ ଛଦ୍ମ ନୀରେ ନିରନ୍ତରେ ନ ବୁଡ଼

1

ଛାମୁରେ ଥିବା ସହଚରୀଗଣେ ଛାଇ ତୁ ପରା ମୋ ଅନୁସରଣେ

2

ଛଣା ପୀୟୂଷ ପରି କହି ଆଣି ଛପାଇ ଦେଉଛୁ କାହିଁକି ପୁଣି

3

ଛାପ ଦେଇ ଲଘୁ ନ କର ହେଳେ ଛତି ଟେକାଇ ଦେ ତରୁଣୀ କୁଳେ

4

ଛିଦ୍ରଭେଦ ଘେନିବାକୁ ମୋହର ଛକେ ଛକେ ଜଗିଅଛନ୍ତି ଚର

5

ଛୁଇଁ ଦେଇ ନୀଳ ଛବି ବାସନା ଛଟପଟ ହୋଇ ମରିବ ସିନା

6

ଛାତି ଭିତରୁ ଧୃତି ଗଲା ସରି ଛଳ ଛାଡ଼ି କୋଳ କଲେ କିଶୋରୀ

7

ଛୁଟିଲା ଶଙ୍କା ସଖୀ ହୃଦୟରୁ ଛ ଏକ ପଦେ କହେ ରାୟଗୁରୁ

Sources

Cite this record


Last updated 2026-11-01. Record as JSON