Sapatati mora re
ସପତଟି ମୋର ରେ
Text
Ghoṣā
ସପତଟି ମୋର ରେ ସହ ଏହି ଥର ରେ (ପଡ଼ି) ସାର ହାର ମସାର ମଣିବର ପରି ଧରି ବକ୍ଷଃସ୍ଥଳେ ନିରନ୍ତର ନ ଫିଙ୍ଗି ପୁଣି ହଟି ସୁନ୍ଦର ନୁହଇଁଟି ବିଚାରି ଭରସା ବଢ଼ାଅ ଅପରିମିତ
1
ଶୁଣିଲେ ଆଉ କେ ବ୍ରଜେ ସରିଯିବି ସିନା ଲାଜେ ସାହା ତୁ ନୋହିଲେ କିଛି ସଂସରେ ନିକି ମୁଁ ଅଛି
2
ସାଧୁଜନ କୁକ୍ଷି କୂପେ ଭଲ ମନ୍ଦ ସିନା ଛପେ ସଂହର କ୍ରୋଧ ଉଦୟ ସହଜେ ତୁ ସହୃଦୟ
3
ସବୁ ଅନ୍ୟାୟ ଚରିତ ଶିକ୍ଷାକୁ ଗୁରୁ ତୁହି ତ ସମୟେ କାଟୁ ତୋଟିକି ସଖା ଲକ୍ଷଣ ଏ ଟିକି
4
ସମାଂସମୀନା ଅୟୁତେ ସମର୍ପି ଦେବିଟି ତୋତେ ସମ୍ଭାଳ ମୋର ଆବୁର ସର୍ବସ୍ଵ ପରା ତୁ ମୋର
5
ସାକ୍ଷାତ ଦେଖିଲା ପରି ସାକ୍ଷୀ ହେବାକୁ ବାହାରି ସାଧିବାର ଅବିଚାର ସପତ୍ନ ନୁହେଁ ମୁ ତୋର
6
ସାନ୍ଦୀପନୀ ସୁତ ଯତି ସେ କି ଜାଣେ ବୋଲି ପ୍ରୀତି ସରସେ ପିଟିବେ ଢକ୍କା ସମ୍ପାଦିବୁ ଏତେ ଏକା
7
ଶୁଣି କିଶୋର ବଚନ ସଖା କଲେ ଆଲିଙ୍ଗନ ସୁତ୍ରାମା ଅଷ୍ଟଦୁର୍ଗର ସନ୍ତୋଷେ ଯୋଡ଼ିଲେ କର