Gīta

Khina madhyama re

କ୍ଷୀଣ ମଧ୍ୟମା ରେ

Text

Ghoṣā

କ୍ଷୀଣ ମଧ୍ୟମା ରେ କ୍ଷଣେ ନୋହିବାଟି ଭିନ୍ନ କ୍ଷେମତନ୍ତୁ ପରି ହରିବା ଏ ଯଉବନ

1

କ୍ଷୋମରୂପିଣୀ ଚନ୍ଦ୍ରଚାରିମଚୌର୍ଯ୍ୟ ଧୂର୍ଯ୍ୟତରାନନେ କ୍ଷୁର୍ଣ୍ଣ ବାସବ ନୀଳ ଚାମର ଚୂର୍ଣ୍ଣକୁନ୍ତଳ ଶୋଭନେ କ୍ଷୌଣୀଭୃଦ୍‌ବର ପୀବର ସ୍ତନମଣ୍ଡନେ ଯମୁନାବନେ କ୍ଷପାକର କରେ ଖେଳୁଥିବା ଆଲିଙ୍ଗନେ

2

କ୍ଷୌଦ୍ରସାର ସମାନଭାଷୀ ସୁକୁନ୍ଦ ସୁନ୍ଦରହାସୀରେ କ୍ଷ୍ୱେଡ଼ଭୂଷିତକଣ୍ଠ ପାଦସରୋଜ ସେବନୁ କାଶୀରେ କ୍ଷୀବକୁଞ୍ଜରଗାମିନୀ ମୁଁ ଲଲାମ ଖୋସିଲି ତୋ ଶିରେ କ୍ଷାଳିତ ହୋଇ ତା ପ୍ରେମ ପୀୟୂଷ ରାଶିରେ

3

କ୍ଷୀରନୀର ସୁଧାଂଶୁ କୈରବ ବାରି ମୀନ ବରାବରେ କ୍ଷେପିବା ପ୍ରତି ରାତି ବାସର କାମକେଳି ଦରୋଦରେ କ୍ଷୁଦ୍ରଘଣ୍ଟ ସମୂହ ନୂପୁର ହଂସକାଦି ନିନାଦରେ କ୍ଷମେ ପୁଆଇବା ମାର ତାପକୁ ମୋଦରେ

4

କ୍ଷୁବ୍ଧ ଦୁଗ୍ଧ ସମୁଦ୍ରବୀଚି ବିକୀର୍ଣ୍ଣବିନ୍ଦୁ ଶୁଚିସ୍ମିତେ କ୍ଷମ କୋମଳ ହେମଚମ୍ପକ ଗୌରବିଗ୍ରହମଣ୍ଡିତେ କ୍ଷୋଦ ହିଙ୍ଗୁଳଲାଲ ଦନ୍ତ ଦୁକୂଳଶୋଭିନି ପଣ୍ଡିତେ କ୍ଷିତିସୁର କବିକଞ୍ଜବାନ୍ଧବ ବନ୍ଦିତେ

Sources

Cite this record


Last updated 2026-11-01. Record as JSON