Gīta

Sadhi kahin deba debati he

ଶାଢ଼ୀ କାହିଁ ଦେବ ଦେବଟି ହେ

Text

Ghoṣā

ଶାଢ଼ୀ କାହିଁ ଦେବ ଦେବଟି ହେ ସଙ୍କୋଚେ ମୋର ପ୍ରାଣ ଯିବଟି ହେ ସୁନ୍ଦର ହେ ମଲି ଏ ବଡ଼ ଛଇଳି ଛାଉଲିରେ ଜାତି ନେବଟି ହେ

1

ସାକ୍ଷାତ ଦେଖିଲେ ହେଲେ ଲୋଚନେ ସମସ୍ତଙ୍କୁ ଜଟି ହୁଏ ବଚନେ ସାଧିଅଛ ଏ କି ସର୍ବଜ୍ଞ ଦେବୀ କି ଏହାକୁ ପାରିବ କେ ବଟି ହେ

2

ସହସ୍ର କୋଟି ସପତଟି ମୋର ସତେ କାହିଁ ଛପାଇଛ ଅମ୍ବର ସୁନା ପୁଅ ପରା ସଖୀ ଆଗେ ଧରା ନ ପଡ଼ୁ ମୋତେ ରଖିବଟି ହେ

3

ସୁଖସଙ୍ଗାଳି ହେ ଦୁଃଖପାଶୋରା ସେ ବିଧିକି ନ ମଙ୍ଗିବାରୁ ପରା ସଢ଼ାଉଛି ଲାଜ ଯନ୍ତ୍ରେ ନିଶି ଆଜ ସବୁ ସେହିପରି ହେବଟି ହେ

4

ସରୁକଟିରେ ପୀତଚେଳ ଭିଡ଼ି ସୀମା ପାର କରିଅଛ ମୋ ଶାଢ଼ୀ ସମର୍ପିତ ଜତ ସଙ୍କୋଚରେ ଲୀନ ହେଲେ ଆପଣା ଲାଘବଟି ହେ

5

ସଂସାରେ ନ ଥିବାର ତୁମ୍ଭ ସ୍ନେହ ସୁରତ ସରିଲେ ସହାୟ ନୁହଁ ସରୋଜାକ୍ଷିଜାତି କଦମ୍ବ ବ୍ରତତୀ ମନ୍ଦିରେ ସପନ ଦେଖିବଟି ହେ

6

ସମ୍ପାଦିଛ ସତେ କାହିଁ ଆପଣ ସୀମନ୍ତିନୀକି ସଢ଼ାଇବା ଗୁଣ ସ୍ମରୁଥିବ ଅନୁଦିନେ କବିଭାନୁ ରାୟଗୁରୁ ବଳଦେବଟି ହେ

Sources

Cite this record


Last updated 2026-11-01. Record as JSON