Gīta

Jadumani jibe puni jamini

ଯଦୁମଣି ଯିବେ ପୁଣି ଯାମିନୀ

Text

Ghoṣā

ଯଦୁମଣି ଯିବେ ପୁଣି ଯାମିନୀ ନ ସରେ ଆଉ ନାହିଁ ନାଡ଼ି

1

ଯନ୍ତର କି ଜାଣୁ ଯେବେ ଯେମନ୍ତେ ହୋଇଲେ ଜବେ ଯାତ୍ରା ଅନୁକୂଳ ମୂଳ ଦେ ଉପାଡ଼ି

2

ଯୁଗ୍ମ ନୋହିଥିଲେ କ୍ଷଣେ ଯୁଗୁଁ ମୁଁ ଅଧିକ ମଣେ ଯୁବଚନ୍ଦ୍ର ତ ଆମ୍ଭର ଲାଗିଶାଢ଼ୀ

3

ଯମରୁ ଦାରୁଣ ମାର ଯୁବନ ଶର ପ୍ରହାର ଯାତନାକୁ କେ ଆମ୍ଭର ଦେବ ଆଡ଼ି

4

ଯୁବତୀ ନେତ୍ର ଅଞ୍ଜନ ଯାମଳତରୁ ଭଞ୍ଜନ ଯେବେ ଯିବେ ନୋହିବେଟି କେ ଅଗାଡ଼ି

5

ଯତ୍ନେ କବିରବି ବୋଲେ ଯୋଗ ଥିଲା ଏ କି ଭାଲେ ଯାବନ୍ତ ତେଜିବା ତହିଁ କର ତାଡ଼ି

Sources

Cite this record


Last updated 2026-11-01. Record as JSON