Thare ekantare sina
ଥରେ ଏକାନ୍ତରେ ସିନା
Text
Ghoṣā
ଥରେ ଏକାନ୍ତରେ ସିନା କହିଥିଲି ସହୀକି ସ୍ଥାପିତ ନ କରି ଦୁର୍ଜ୍ଜନଙ୍କ ଆଗେ କହି କି
1
ଥିଲାଠାରେ ବିଶ୍ୱାସ କପଟ ପାରେ ରହିକି ଥୋଇବା ହୃଦୟେ ଖ୍ୟାତି ପୂର୍ଣ୍ଣକରେ ମହୀକି
2
ସ୍ଥାବର ଜଙ୍ଗମେ ଶ୍ୟାମ କାହା ହୃଦେ ନାହିଁ କି ଥିଲା ମୋ ଲଲାଟ ପଟେ ଏ ଅଯଶ କାହିଁକି
3
ଥାପିପଣ ଥିବାର ସଜ୍ଜନ ଗୁଣ ଏହି କି ସ୍ଥାୟୀ କଲି ବିଷାର୍ଜନ କ୍ଷୀର ଦେଇ ଅହିକି
4
ସ୍ଥିର ପୀରତି ବଲ୍ଲୀକି ଦମ୍ଭାନଳେ ଦହିକି ସ୍ଥଳ ଆଳୀମାନଙ୍କର ଏ ଦ୍ୱେଷକୁ ମୁହିଁ କି
5
ସ୍ଥିରାଚକ୍ରେ ଜଣେ ବୋଲି ଜାଣଇ ସୁମୁହୀଁକି ଥରୁଥାଏଁଟି ମୁଁ କବିରବି ସାକ୍ଷୀ ତହିଁକି