Tamala tale na chale
ତମାଳ ତଳେ ନ ଚାଲେ
Text
Ghoṣā
ତମାଳ ତଳେ ନ ଚାଲେ ରେ ମୋ ଅଭିନ୍ନା କେତେ ଦୂର ଯାଏ କାହିଁ
1
ତିଳକୁ ତାଳକ ତୁଲ୍ୟ କଲେ ଲୋକ ତଥ୍ୟ ମଣୁଥାଏ ତାହିଁ
2
ତରକିବା କଥା ତ୍ରିକାଳ ସର୍ବଥା ତତ୍ତ୍ୱ ତୁ ଘେନିବୁ ନାହିଁ
3
ତୁ ତ ସୁବିବେକୀ ତୁଳ ମୁଁ କେବେ କି ତହିଁ ଥିବି ଅବଗାହୀ
4
ତପନେ ଶୀତମାଅଙ୍କ ଦିଅନ୍ତି ମା ତୁଚ୍ଛା ଲୋକ ନାମେ ବାହି
5
ତୁଟାଏ କି ଜାତି ତୁଣ୍ଡର ପୀରତି ତାମସା ଟାପରା ଟାହି
6
ତତ୍ତ୍ୱ ଜାଣେ କବିତରଣି ତା ଭାବି ତଲାସ ଯେ ଯାକୁ ନାହିଁ