Dakila kokila lila
ଡାକିଲା କୋକିଳା ଲୀଳା
Text
Ghoṣā
ଡାକିଲା କୋକିଳା ଲୀଳା ସୂନ ଉପବନରେ ଡମରୁ ରୁଚିର ମଧ୍ୟା ଖେଳିଲା ମୋ ମନରେ
1
ଡାଳଲୋଳ କିଶଳୟ କରେ କରି ଅଭିନୟ ନାଚିଲା ବଲ୍ଲରୀଚୟ ଚନ୍ଦନ ପବନରେ
2
ଡଗରା ବୁଲୁଛି ସ୍ମର ବିଷାଇ ବିଷମ ଶର ଧରିଛି ପରାଗଗର ଘୁଁ ବାକ ଜୀବନରେ
3
ଡାଳିମ୍ବ ବୀଜ ରଦନା ଏ ଦିନେ ହୋଇ ବିମନା କଲା ତ ଉତ୍ସବ ମନା ଲତିକା ଭବନରେ
4
ଡମ୍ଭଚକିତ କୁରଙ୍ଗ ନୟନାର ନିକି ଭୃଙ୍ଗ ଉନ୍ମାଦ ରବ ତରଙ୍ଗ ପଡ଼ୁନାହିଁ କାନରେ
5
ଡରୁ ନାହିଁ କି ସେ ଭୀରୁ ସ୍ମରକର କରତରୁ କବିରବି ରାୟଗୁରୁ ରଚିଲେ କବନରେ