Aja thare hebu mo pari
ଆଜ ଥରେ ହେବୁ ମୋ ପରି
Text
Ghoṣā
ବର ନାଗରୀ ଆଜ ଥରେ ହେବୁ ମୋ ପରି ରେ
1
ଦୀପ ଥିଲେ କି ପରୁଆ ରେ ପ୍ରାଣବନ୍ଧୁଆ ଘେନ ତୁ ମୁଁ ତୋର କି ପରୁଆ ରେ
2
ବିବସନ ବେଶୁଁ କି ଲାଜ ରେ ରସିକା ରାଜ ଦିବସ କାଳ ତ ନୁହେଁ ଆଜ ରେ
3
ରଟୁ କଳାପ କିଙ୍କିଣୀ ରେ ତରୁଣୀମଣି କେ ଆସି ପାରେ କି ତାହା ଶୁଣି ରେ
4
ବୁଜିଥିବି ମୁଁ ମୋ ଆଖି ରେ ବଣା ମୃଗାକ୍ଷୀ ଚାହିଁଲେ ମୋ ଅଙ୍ଗେ ଯିବୁ ଲାଖି ରେ
5
ଦେଖାଇବି ଦରପଣ ରେ ତୁ ରଣରଣ ରଣେ କର ବାହାଦୁରପଣ ରେ
6
ଶ୍ୟାମ ଗିରେ ବାଳା ରସେ କ୍ରୀଡ଼ା ବିଳାସେ ବସୁଦୁର୍ଗ ପୁରନ୍ଦର ଭାଷା ରେ