Gīta

Nahin kari nahin ta mun

ନାହିଁ କରି ନାହିଁ ତ ମୁଁ

Text

Ghoṣā

ନାହିଁ କରି ନାହିଁ ତ ମୁଁ କାହିଁକି ଗୋ ରାଣ

1

ତାଙ୍କ ସୁଖ ପାଇଁ ସିନା ଶଙ୍କରଙ୍କ ଉପାସନା ଏ ଦେହ ଏ ଭୋଗ ଏ ପରାଣ

2

ଶ୍ୟାମ ମୋର ଉନ୍ମାଦକ ଶ୍ୟାମ ମୋ ଗଳା ପଦକ ଶ୍ୟାମ ତ ମୋ ହୃଦ ପଞ୍ଚବାଣ

3

ବ୍ରଜବନ୍ଧୁ ମୋ ରତନ ମୋ ସେବାର ବରତନ ସେହି ତ ମୋ ବରତ ବସାଣ

4

ମନ ଜାଣି ଅଛି ଭଜି ଜାଣି ଜାଣି ମୋ ମରଜି ଧନ ମୋର କେଡ଼େ ଅବୁଝାଣ

5

ଦୁଃଖ ଥିବ ପରା ମନେ ତାଙ୍କ ପଦକଞ୍ଜ ସ୍ତନେ ଲଗାଇ ଚୁମ୍ବାଇଦିଅ ଆଣ

6

ନୃପ ଜଗଦ୍ଦେବ ଭାଷେ ମୋ ବେଶ ସେ ମୋ ଶୋଭା ସେ ତାହା ବାହାରେ କେ ପରିତ୍ରାଣ

Sources

Cite this record


Last updated 2026-11-01. Record as JSON