Nachaila jaha se
ନଚାଇଲା ଯାହା ସେ
Text
Ghoṣā
ନଚାଇଲା ଯାହା ସେ ଭୂରୁ ଚାପ ଚପଳ ଚମରୀଦୃଶା
1
ମୋ ଧଇର୍ଯ୍ୟ ମୃଗକୁ ପାଞ୍ଚି ନୟନାନ୍ତ ବରଛି ଆଞ୍ଚି ବନ୍ଧୁଆ ବନ୍ଧୁକ ବନ୍ଧୁ ଅଧରରେ ବନ୍ଦୀ କରି କୁନ୍ଦପସନ୍ଦ ହସା
2
ମୁନିଜନ ମାନସଭୁଲା ଭଲା ମୋତିଝଲକ ଝୁଲା ବାସବ ରତନ ନଥ ନରତନ ରସିକା ନାସିକା ପୁଟ ଉଲ୍ଲସା
3
ଧନ୍ୟ କାମ ଅମୋଘ ଶର ମନ କାରା ଭଙ୍ଗୀ ତାହାର କନକାଚଳ ତ ଛନକା ହୋଇବ ସ୍ତନ କାନ୍ତି ଦେଖି କାହା ଭରସା
4
ଅଳଙ୍କୃତ ନିତମ୍ବ ଫରି ଶୋଭା ଲୋଭେ ଅଳପ ଫେରି ଅନାଇଲା ବେଳେ ବିବେକ ଦଳିଲା କି ବେକତଳିଆ ଲହସା ଖୋସା
5
ଛଣା ସୁଧା ବାଣୀ ବିକ୍ରମ ଜଣା କଲା ସେ ସବୁ କ୍ରମ ଏଣିକି ଚରମେ ବେଣୀକି ଫଣୀକି ପରି ଖେଳାଇବ ବରବରସା
6
ଅଷ୍ଟଦୁର୍ଗ ମହେନ୍ଦ୍ର ଭଣେ କିଶୋରୀଙ୍କ ଶୋଭା ବୀକ୍ଷଣେ ଅଖଣ୍ଡ ଶିଖଣ୍ଡମଣ୍ଡନ ମଦନ ପଦ ନଦେ ଭାସି କଲେ ପ୍ରଶଂସା