Gīta

Jaya brusabhanu nandini

ଜୟ ବୃଷଭାନୁ ନନ୍ଦିନି

Text

1

ଜୟ ବୃଷଭାନୁ ନନ୍ଦିନି ରାଧେ ଜୟ ସୁଷମା ଗୁଣ ବନ୍ଦିନି ରାଧେ ଜୟ ବିଷମାଶୁଗ ମାନସମୋହିନି ଜୟ ରସନାଗରୀ ପଙ୍କଜବାସିନି

2

ନନ୍ଦତନୟ ଜଗଦ୍‌ବନ୍ଦନ ମନ୍ଦରଧର ଆନନ୍ଦକାରିଣି ସୁନ୍ଦରୀମଣି ଅରବିନ୍ଦବଦନି ମଦ ସିନ୍ଧୂର ଗାମିନି

3

ବ୍ରଜମଣ୍ଡନି ଧନି ସଜନି କୁମୁଦବ୍ରଜ ରଜନୀକର ସମ ଉଲ୍ଲାସିନି ନଜର ରଖ କୃପାରେ କବିଦ୍ୱିଜରାଜ ରଘୁନାଥକୁ ମନେ ନିଜ ଦାସୀ ବୋଲି ଏ ଘେନି

Sources

Cite this record


Last updated 2026-11-01. Record as JSON