Gīta

Madhu samaya prabesa

ମଧୁ ସମୟ ପ୍ରବେଶ

Text

1

ମଧୁ ସମୟ ପ୍ରବେଶ ମନୋହର ବନ ଦେଶ ମଧୁର ମଧୁ ଲୋଭରେ ମଧୁପେ ହୋଇଲେ ବଶ

2

କିଶଳୟ ବିଟପିରେ କି ନ କରେ ବିଟପିରେ ଅଶନ କରି ବକୁଳ ଅଥିର କୋକିଳ କରେ

3

ବିରହୀ ବିରହିଣୀରେ ବିକଳ ଅଧିକତରେ ସ୍ମର ମାରଇ ଶରରେ ସ୍ମରଣ ନ ରଖେ ଧୀରେ

4

କୁସୁମ ବାସ ସମୀର ଘେନି ବହେ ଧୀର ଧୀର କି ସୁଖ ଜାତ ନ କରେ କାନ୍ତ ସହିତା କାନ୍ତାରେ

5

କବି ସୁଧାନିଧି ଭଣି କମନୀୟ ଶ୍ୟାମ ଗୁଣି ଅବିଳମ୍ବେ ପରବାସୁ ଆସିଲେ ରସିକଶ୍ରେଣୀ

Sources

Cite this record


Last updated 2026-11-01. Record as JSON