Durare raha he jara
ଦୂରରେ ରହ ହେ ଜାର
Text
1
ଦୂରରେ ରହ ହେ ଜାର କିଶୋର ନ ଛୁଅଁ ଶ୍ରୀଅଙ୍ଗ ରାଜସୁତାର
2
ସ୍ମର ତରଙ୍ଗିଣୀ ଭାବରେ ମଜ୍ଜି ମୋ ମନ କଳ୍ମଷ ଦେବି ମୁଁ ତେଜି
3
ଯାଅ ହେ ଚନ୍ଦ୍ରାବଳୀ କେଳିକୁରଙ୍ଗ ତୁମ୍ଭକୁ ମିଳିବ କି ଶ୍ରୀ ରାଧା ସଙ୍ଗ
4
ରାଧା ଶ୍ରୀମୁଖ ସୁଧାନିଧି ଲୋଭରେ କୁରଙ୍ଗ ହୋଇଛି ମୁଁ ଜାଣ ଭାବରେ
5
ପରବଧୂକୁ ଏବେ ଛୁଇଁବ ଯେବେ ରାଜା କରରେ ଦଣ୍ଡ ଲଭିବ ତେବେ
6
ବାହୁପାଶରେ ବାନ୍ଧି ନଖ ରଦ ଘାତେ ଦଣ୍ଡ ଦେବାକୁ ଥିଲେ ଦଣ୍ଡ ଦିଆ ତ ମୋତେ
7
ଏପରି କଉତୁକେ କେଳିକି ବିହି ଅଶୋକ କୁଞ୍ଜରେ ସଙ୍କେତ ଦେଇ
8
ଯେ ଯାହା ମନ୍ଦିରେ ପ୍ରବେଶ ହେଲେ ଏ ଭାବ ଚିନ୍ତି ଦ୍ୱିଜ ରଘୁନାଥ ବୋଲେ