Gīta

Sayane swapane disuchi sehi

ଶୟନେ ସ୍ୱପନେ ଦିଶୁଛି ସେହି

Text

Ghoṣā

ଶୟନେ ସ୍ୱପନେ ଦିଶୁଛି ସେହି ସତେ କି ରୂପ ଦେଖିଲି ସହି ଯମୁନା କୂଳକୁ ଯାଇ

1

ଅକଥିତ ତା ଚରିତ ଅଲଙ୍ଘ୍ୟ ପତିବରତ କରିପାରଇ ସେ ହତ ନେତ୍ରାନ୍ତ ନଚାଇ ଆହୁରି ଅନ୍ୟାୟ ରୀତି କରଇ ସେ ନିତି ନିତି ମନ ଧନ ଯତନରେ ଥିଲେହେଁ ଲୁଚାଇ

2

ଚାହିଁଲେ ଆନ ନ ଦିଶେ ଦିଶେ ତା ବହନ ଦିଶେ ନୟନ ବୁଜିଲେ ଅନ୍ତରେ ପ୍ରକାଶୁଛି କା ଆଗେ କହିବି ମିତ କେ ଏହା କରିବ ସତ ବାହାରେ ଭିଡ଼ିବାକୁ ସେ ବାହାରେ ଆସୁଛି

3

ଯିବି ମୁହିଁ ଯେଣେ ଯେଣେ ଦିଶୁଛି ସେ ତେଣେ ତେଣେ ଆଗେ ଆଗେ ରହି ରହି ପଥ ଓଗାଳୁଛି କି ଗୋ ମା ଏ କି ବଷମ କରିବା ଗୋ କି କରମ ତା ଆଚରଣେ ଚରଣ ପଦେ ନ ଚଳୁଛି

4

ଯେତେକେ ହେଲେ ନିବର୍ତ୍ତି ରହିବି ବୋଇଲେ ଦୂତୀ ପୁନରପି ଦେଖିବାକୁ ନେତ୍ର ତ ଝୁରୁଛି ରାଧା ଦୂତୀ ହେବା ବାଣୀ ଶୁଣି ରଘୁନାଥ ଭଣି ରାଧିକେ ଏଥୁ ଅଧିକେ ତତେ ସେ ଝୁରୁଛି

Sources

Cite this record


Last updated 2026-11-01. Record as JSON