Asibe mote tosibe sate
ଆସିବେ ମତେ ତୋଷିବେ ସତେ
Text
Ghoṣā
ଆସିବେ ମତେ ତୋଷିବେ ସତେ କି କାନ୍ତ
1
ନିଶି ରସି ମୋଦେ ମିଶି ମୋର ହୃଦେ ହସି ହସି ପଦେ ଭାଷିବେ ସାନନ୍ଦେ
2
କାମ ଫୁଲଶରେ ବାମ ହୋଇ ମୋରେ ଯାମ ଯାମକରେ ଝାମ ଦେଉଛି ବାରେ
3
ଏ ମଧୁକାଳରେ ପ୍ରେମରେ ଭୋଳରେ ମୋହନ ମୋହିବାରେ ଶ୍ୟାମବନ୍ଧୁ ଥରେ
4
ଭାବି ରଘୁନାଥ କବି ନିଶାନାଥ ଏ ବିଧି ରଚିତ ଅବିଳମ୍ବେ ସେ ତ