Kete kahithile ma
କେତେ କହିଥିଲେ ମା
Text
1
କେତେ କହିଥିଲେ ମା ଏତେ ସରି କରିଦେଲେ ମା ସତେ ସେ ଆସିବେ ବୋଲି ଚିତ୍ତେ ତୋଷ ହୋଇଥିଲି ହିତେ ତାଙ୍କୁ ଗଣିଥିଲି ପ୍ରତେ କରି ମୁଁ ଭାଷିଲି
2
ଦୂରେକଲେ ମା ସେ ରସିକ ପାଶୋରିଲେ ମା ବାରୁଁ ବାର ଫୁଲଶର ଶର କରଇ ପ୍ରହାର ଭାର ଦେଲାନି ସୁଚିର ମୋର କି ଗତି ଏଥର
3
ଆଶା ଚାହିଁ ମା ନିଶାଯାକ ଥିଲା ରହି ମା କଷା ନ କରି ନୟନ ଆଶା କରି ହେଲି ହୀନ ହସାଇ ବଇରୀ ଜନ ଭସାଇଲେ ଶ୍ୟାମଘନ
4
ସବିକଳରେ ଭାବି ରାଧା କହୁଁ ଦୂତୀରେ କବିଚନ୍ଦ୍ର ରଘୁନାଥ ଅବିଳମ୍ବେ କହେ ସତ ସେ ବିଜୟ କରିବେ ତ ଏ ବିଚ୍ଛେଦ ଯିବେ ମିତ