E dasa mora to gheni
ୟେ ଦଶା ମୋର ତୋ ଘେନି
Text
Ghoṣā
ସଜନୀ ୟେ ଦଶା ମୋର ତୋ ଘେନି ଆସିବେ ବୋଲି ଜଗାଇଦେଲୁ ଯା ଆଜ ରଜନୀ
1
କଲୁ ତାହା ଆନ ଦେଲୁ ଯେତେ ଆନ ମୋର ଅଭିମାନ କରାଇଲୁ ମ୍ଳାନ ମୁଁ ସତୀପଣକୁ ନ ଗଣେ ଜଣକୁ ଏବେ ତାହା ହେଲେ ହାନି ଗୋ
2
ସ୍ନେହ ବଳାଇଲୁ ମନ ଝଳାଇଲୁ ମତେ ଛଳାଇଲୁ ଦୁଃଖେ ଦଳାଇଲୁ ଏବେ ତୋର କଥା ହୋଇଗଲା ବୃଥା ଆସିଥିଲି ସତ ମାନି ଗୋ
3
ପାଇ ତୋ ଆଦେଶ ହୋଇ ମୁଁ ସୁବେଶ ପିନ୍ଧି ନୀଳବାସ ଲଭିଥିଲି ରୋଷ ମୋର ପ୍ରତିଆଶା ହୋଇଗଲା ସିନା ଗ୍ଳାନି ଗୋ
4
ପୁରେ ରହିଥିଲି କାଳ ବଞ୍ଚୁଥିଲି ଏଥିକି ଆସିଲି ଚିନ୍ତାରେ ଭାସିଲି କହେ ରଘୁନାଥ ଏ ବନେ ଅନାଥ କରିଦେଇ ହେଲୁ ତୁନି ଗୋ