Jiba sangini mote tu budailu re
ଜୀବ ସଙ୍ଗିନୀ ମତେ ତୁ ବୁଡ଼ାଇଲୁ ରେ
Text
Ghoṣā
ଜୀବ ସଙ୍ଗିନୀ ମତେ ତୁ ବୁଡ଼ାଇଲୁ ରେ କୁଳଶୀଳ ଧରମ ଛଡ଼ାଇଲୁ ରେ
1
ସେ ମୋହନର ପ୍ରସଙ୍ଗ ଶୁଣାଇ ମୋହର ଅଙ୍ଗ ଦିନୁ ଦିନୁ ଚିନ୍ତାରେ ସଡ଼ାଇଲୁ ରେ
2
ତା ନଟ କୂଟରେ ପଡ଼ି ଅନୁବରତରେ ଅଡ଼ି ତା ଠାରେ ମୋ ସରାଗ ବଢ଼ାଇଲୁ ରେ
3
ଜାଣୁ ଅବା କି ମନ୍ତର ମତେ ତୁ କରି ଯନ୍ତର ସେ ପ୍ରୀତିରେ ମୋ ମତି ଜଡ଼ାଇଲୁ ରେ
4
ଦ୍ୱିଜ ରଘୁନାଥ କହି ତାର କଥା କହି କହି ନିରନ୍ତରେ ପଛରେ ଗୋଡ଼ାଇଲୁ ରେ