Gīta

Ehi pari se kale rajani

ଏହିପରି ସେ କଲେ ରଜନୀ

Text

1

ଏହିପରି ସେ କଲେ ରଜନୀ ଏହା ସହିବି କି ମୁଁ ପ୍ରାଣସଜନୀ କହିଥିଲି ସେ ଯେତେ ରହିଲା ନାହିଁ ସତେ ବିହି କାହିଁ ରତିରସ ମୋହିଲେ ନାହିଁ ମୋତେ

2

ଦେଖି ମଦନ ଏହି ରତିକି ଶର ଯୋଖି ନିରତେ ମୋର ଛାତିକି ଲେଖି ଲେଖି ବିନ୍ଧିବ ରଖି ସେ ତ ନ ଦେବ ଅଖିଳ ସୁଖକୁ ଉପେକ୍ଷିବା ମତି ହେବ

3

ଜଗାଇ ମୋତେ ସଙ୍କେତରେ ଏବେ ଦଗା ଦେଲେ ମାତି ସେ ଇତରେ ଅଗାରୁ ଅଣାଇ ଲଗାଇ ସ୍ନେହ ସହୀ ଲଗାଲଗି କଥାରେ ଭଗାରି ହସାଇ

4

କବିଚନ୍ଦ୍ର ରଘୁନାଥ ଏ ବାଣୀ କହେ ଏ ବିରସ ରୀତିକି ଶୁଣି ଅବିଳମ୍ବରେ ଏବେ ସେ ବିଜୟ କରିବେ ନବୀନା ତୋ ସଙ୍ଗେ ସେ ବିଶେଷେ ରଖିବେ

Sources

Cite this record


Last updated 2026-11-01. Record as JSON