Sahi kehi mohila go
ସହି କେହି ମୋହିଲା ଗୋ
Text
Ghoṣā
ସହି କେହି ମୋହିଲା ଗୋ
1
କହିଲେ ଯେତେ ମୋହିଲେ ତେତେ ରହିଲେ ଲୀଳା କାହିଁ ବିହି ସେ କେତେ
2
କୋପରେ ଅତି ପରତାପ ହୋଇଛି ସ୍ମର ଧାପ ଦେଉଛି ଏବେ ମୋ ପରେ ନିରନ୍ତର
3
ମନ୍ଦପଣେ ତୁହାଇ ମନ୍ଦପାଳ ଡାକଇ ମନ୍ଦ ପବନ ଅରବିନ୍ଦ ବନୁ ବହଇ
4
ଦ୍ୱିଜ ରଘୁନାଥ ଭଜଇ ନିରତ ସେ ଯୁଗଳ ପଦ ହେଜ ଜନେ ନିରତ