Aja baraja jubaraja ki kale
ଆଜ ବରଜ ଯୁବରାଜ କି କଲେ
Text
1
ଆଜ ବରଜ ଯୁବରାଜ କି କଲେ ମତେ ମୋ ଜୀବସଖୀ ଚାହାଁରେ ହାଜର ହେବ ବୋଲି ଓଜରେ ଜଗିଥିଲି ତେଜ ହାନି ହୋଇ ଲାଜରେ ମୁଁ ସଢ଼ିଲି
2
ସାଜିଥିଲି ଶେଯ ରାଜୀବମୁଖ ମନ ରାଜିକି ସୁସ୍ନେହରେ ଗୋ ତେଜିବାରୁ ସେ ମତେ ହେଜି କାମ ନିରତେ ରାଜି ରାଜି ବିଶିଖ ଚଜି ମାରେ ଦେହରେ
3
ରାସରସିକ ମୃଦୁଭାଷକୁ ଶୁଣି ପ୍ରତି ଆଶ ମୋ ବଳିଥିଲା ଗୋ ତୋଷରେ ମୁଁ ନିକୁଞ୍ଜ ବାସରେ ବସିଥିଲି ବାସ ସୁମନ ଭୂଷା ବେଶ ବିଫଳ ହେଲା
4
ଜାଳି ଆଜ ପ୍ରଦୀପ ବନମାଳୀ କଳାପ ଭାଳିଥିଲି ମତିରେ ଗୋ ଆଳି ଗୁନ୍ଥାକୁସୁମ ଥାଳି ମୁଁ ରଖିଥିଲି ଜାଳିଦେଇ ସଖୀ କାମକୁ କାଳି ଦେଲେ ପ୍ରୀତିରେ
5
ରାସରଙ୍ଗିନୀ ନିରାଶ ଭାଷ ଏପରି ଭାଷନ୍ତେ ସହୀକି ଚାହିଁ ଭାଷଇ ରଘୁନାଥ ରୋଷ ନ କର ଚିତ୍ତ କେଶବଙ୍କୁ ଆଣିବି ପାଶକୁ ଦୁଃଖ କହି