Sahi go aau eniki
ସହି ଗୋ ଆଉ ଏଣିକି
Text
Ghoṣā
ସହି ଗୋ ଆଉ ଏଣିକି କହିଲେ କେତେ ପରତେ ନାହିଁ ସେ ବେଣୁପାଣିକି
1
ଶୟନ ଲବେ ନ ବିହି ଥୟରେ ଦଣ୍ଡେ ନ ରହି ଅୟନକୁ ଚାହିଁ ଚାହିଁ ନୟନୁଁ ତେଜି ପାଣିକି
2
ସଞ୍ଜବେଳୁ ବେଶ ସାଜି କୁଞ୍ଜରେ ଥିଲି ମୁଁ ଆଜି କଞ୍ଜନେତ୍ର ତେଜି ରାଜି ଭଞ୍ଜନ କଲେ ଆଣିକି
3
ଭରମେ ପଡ଼ିଲି ଯାହା କରମେ ଥିଲା କି ଏହା ମରମେ ନାହିଁ ଉତ୍ସାହା ନରମେ ମନ କେଣିକି
4
କବିଚନ୍ଦ୍ର ରଘୁନାଥ ଭାବି କହେ ତୋର ଚିତ୍ତ ଥବିର କର ଗୋ ସତ ଯିବି ମୁଁ ଆଣି ତେଣିକି