Kahinki e kunja banaku
କାହିଁକି ଏ କୁଞ୍ଜ ବନକୁ
Text
1
କାହିଁକି ଏ କୁଞ୍ଜ ବନକୁ ଆସିଲି ସଙ୍ଗିନୀରେ ସହିଲି ଏ ଦୁଃଖ ଭାସିଲି
2
ସୁଧାକର ଆସି ଉଦୟ ହୋଇଲା ଉଦ୍ଧାର ହୋଇବା ପଥ ନ ଦିଶିଲା
3
ସେ ଯେହୁ ସଙ୍କେତ ଦେଇ ନ ଆସିଲେ ମୋ ଯଉବନକୁ ଅକାରଣ କଲେ
4
ସଦନରେ ସୁଖେ କାଳ ବଞ୍ଚୁଥିଲି ମଦନ କରରେ ଏବେ ମୁଁ ପଡ଼ିଲି
5
କବି ସୁଧାନିଧି ରଘୁନାଥ ବୋଲେ ଏ ବିଚ୍ଛେଦ ଯିବ ମୋହନ ଆସିଲେ