Ki karibi kaha go sajani
କରିବି କହ ଗୋ ସଜନୀ
Text
Ghoṣā
କି କରିବି କହ ଗୋ ସଜନୀ ଏବେ
1
କି କରିବି କହ ଏବେ ନ କଲେ କରୁଣା ଯେବେ ଅଟକେ ରହିଲେ କି ଗୋ ସେ କେଉଁ ରମଣୀ ଭାବେ
2
ସକଳ ବିଷୟ ତେଜି ଅକପଟେ ଥିଲି ଭଜି ମୁଁ କରି ନାହିଁ ତ ଦୋଷ ନିକର କହୁଛି ଆଜ
3
କଳପ ସୁକୃତ ପଦତଳରେ ରହିବ ଆସି ଜଳପିଲେ ପଦେ ସେହି ତଳପ ଉପରେ ବସି
4
ମଦନ ଶରରେ କେତେ କଦନ ମତେ ସେ ଦେଲେ ସଦନେ କାଅହର ରହି ବଦନ ନ ଦେଖାଇଲେ
5
କବି ସୁଧାନିଧି ଭଣି ଏ ବିରସ ବାଣୀ ଶୁଣି ଅବିଳମ୍ବେ ଦୂତୀ ବୋଲେ ଯିବି ମୁଁ ତାହାଙ୍କୁ ଆଣି