Gīta

Kadana deu tu kete

କଦନ ଦେଉ ତୁ କେତେ

Text

Ghoṣā

କଦନ ଦେଉ ତୁ କେତେ ମଦନ ମୋତେ

1

ସଦନ ହେଲାନି ବନ ବଦନ ଦେଖୁଛୁ ମ୍ଳାନ ରଦନ ଭିଡ଼ି ତୁ ବାଣ ଭେଦନ କରୁ ନିରତେ

2

ବିଷମ ବିଶିଖ ବାର ବିଷମ ବିଶିଖବାର ଅସମୟରେ ମୋହର ତ୍ରାସ ନ ଧର ତୁ ଚିତ୍ତେ

3

ତୋହର ଅଟଇ ପର ଯେ ହର ତାକୁ ପ୍ରହାର ମୋହର ଠାରେ ସତ୍ୱର ସଂହର କୋପ କିଞ୍ଚିତେ

4

ନିକର କହୁଛି ବାଣୀ ନିକର ମୋହର ଶୁଣି ମକରଧ୍ୱଜ ତୁ ପୁଣି ନ କର କ୍ରୋଧ ସନ୍ତତେ

5

ସବିକଳେ ଏହିପରି ସନ୍ତାପ କହୁଁ କିଶୋରୀ କବି ସୁଧାନିଧି ଭଣି କରି ସ୍ମରଣ ନିରତେ

Sources

Cite this record


Last updated 2026-11-01. Record as JSON