Gīta

Bidhure bada badhure

ବିଧୁରେ ବଡ଼ ବାଧୁରେ

Text

Ghoṣā

ଚନ୍ଦ୍ର ନିନ୍ଦା ବିଧୁରେ ବଡ଼ ବାଧୁରେ ବିରହିଣୀରେ

1

ମଧୁର ହାସକୁ ମୋହନର ଧ୍ୟାଇ ଅଧୁନା ପାଉଛି ଅନୁତାପ ମୁହିଁ

2

ଆଶା ହରିଣର ହରି ତୁ କଳଙ୍କୀ ନାଶିଲେ ତୁ ମତେ ଦୋଷୀ ନୋହିବୁ କି

3

ଶୀତକର ତୋର ସଂସାରେ ପ୍ରଚାର ହିରକର ନୋହି ହେଲୁ ବାଧାକର

4

ବଡ଼ବାନଳର ଭ୍ରାତ ତୁ ନିକର ପୀଡ଼ିବୁ ନାହିଁ କି ବିଷଧର ପରି

5

କବି ନିଶାନାଥ କହେ ଭାଷିତ ଅବିରତ ଭାବି ହରିଙ୍କ ଚରିତ

Sources

Cite this record


Last updated 2026-11-01. Record as JSON